ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ବସୁଛି 3କ୍ୟାବିନେଟ ବୈଠକ।ଅପରାହ୍ନ ୫ଟାରୁ ୫ଟା ୪୫ ମିନିଟ ମଧ୍ୟରେ ଐତିହ୍ୟ, କୃଷି ଓ ସାଧାରଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ।ଐତିହ୍ୟ କ୍ୟାବିନେଟ ବୈଠକ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ।

ସେହିପରି ଅପରାହ୍ନ ୫ଟା ୧୫ମିନିଟରେ ଷଷ୍ଠ କୃଷି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। କୃଷି ପ୍ୟାକେଜଗୁଡ଼ିକୁ ଏହି ବୈଠକରେ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।

ଅପରାହ୍ନ ୫ଟା ୪୫ମିନିଟରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଉଚ୍ଚଶିକ୍ଷା, ସାଧାରଣ ପ୍ରଶାସନ, ରାଜସ୍ୱ ଓ ବିପର୍ଯ୍ୟୟ, ଶିଳ୍ପ ଆଦି ବିଭାଗର ୭ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।