ସଂଘଟିତ ଅପରାଧରେ ରୋକ ଲଗାଇବା ଲାଗି ରାଜ୍ୟ ସରକାରଙ୍କର ରହିଛି କଡା ନିର୍ଦ୍ଦେଶ

ସଂଘଟିତ ଅପରାଧରେ ରୋକ ଲଗାଇବା ଲାଗି ରାଜ୍ୟ ସରକାରଙ୍କର ରହିଛି କଡା ନିର୍ଦ୍ଦେଶ

ଭୁବନେଶ୍ୱର: ସଂଘଟିତ ଅପରାଧରେ ରୋକ ଲଗାଇବା ଲାଗି ରାଜ୍ୟ ସରକାରଙ୍କର ରହିଛି କଡା ନିର୍ଦ୍ଦେଶ । ଏ ନେଇ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ପକ୍ଷରୁ ଗଠନ କରାଯାଇଛି ସ୍ପେଶାଲ ଟିମ । ଟିମ ଗଠନ କରି ଏସଟିଫ କରୁଛି ସ୍ପେଶାଲ ଡ୍ରାଇଭ । ଏହି ସ୍ପେଶାଲ ଟିମ ହାତରେ ଲାଗିଛନ୍ତି 2 ଅନ୍ତରାଜ୍ୟ ବନ୍ଧୁକ ବେପାରୀ । ରାଜ୍ୟ ଓ ରାଜ୍ୟ ବାହାରରୁ ବନ୍ଧୁକ ଆଣି ବେପାର କରୁଥିଲେ 2 ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧାର ରକେଶ ଜେନା ଓ ବିକାଶ ବେହେରା । ସେମାନଙ୍କ ଠାରୁ ଜବତ ହୋଇଛି 5 ପିସ୍ତଲ, 2 ରିଭଲଭର,1 ଏୟାରଗନ ଓ 12 ରାଉଣ୍ଡ ଅଫୁଟା ଗୁଳି । ମାମଲାର ଅଧିକ ଖୋଲତାଡ଼ କରିବା ଲାଗି ଉଭୟଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମନ୍ଦ୍ର ପ୍ରିୟଦର୍ଶୀ ।