ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା

ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା, ପବନ ଓ ବର୍ଷା ନେଇ ସତର୍କ ସୂଚନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଅବପାତ ଘନୀଭୂତ ହୋଇ ଗତକାଲି ଗଭୀର ଅବପାତରେ ପରିଣତ ହୋଇସାରିଛି । ଏହା ଆଜି ଘଣ୍ଟା ପ୍ରତି ସର୍ବାଧିକ ୭୫ କିଲୋମିଟର ବେଗରେ ପଶ୍ଚିମକେନ୍ଦ୍ରୀୟ ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ତେବେ ରାଜ୍ୟ ପରିପ୍ରେକ୍ଷୀରେ ଏହାର ପାର୍ଶ୍ବ ପ୍ରଭାବ ଜାରି ରହିଛି । ଆସନ୍ତା ୨୪ ଘଣ୍ଟାରେ ୮ ଜିଲ୍ଲା ମାଲକାନଗିରିର, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କାଲିଠାରୁ ବର୍ଷା ର ପରିମାଣ ହ୍ରାସ ପାଇବ । ସେପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷୀଣ ଉପକୂଳ ଓଡିଶାରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନର ବହିବା ସହ ମସ୍ତ୍ରଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି । ଗୋପାଳପୁର ବନ୍ଦରକୁ ତିନି ନମ୍ବର ବିପଦ ସଙ୍କେତ ଏବଂ ଅନ୍ୟ ବନ୍ଦର ଗୁଡିକୁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ତେବେ ଗଭୀର ଅବପାତ ଆଜି ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୂର୍ବଳ ହେବ, ତାହା ଆରବ ସାଗର ଯାଇ ପୁଣି ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ର ରୂପ ନେବା, ଯାହାର ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ। ।