୩୦ ପ୍ରତିଶତ କମିବ ଚଳିତ ବର୍ଷ ନବମ ଓ ଦଶମ ପିଲାଙ୍କ ସିଲାବସ୍

୩୦ ପ୍ରତିଶତ କମିବ ଚଳିତ ବର୍ଷ ନବମ ଓ ଦଶମ ପିଲାଙ୍କ ସିଲାବସ୍

ଭୁବନେଶ୍ୱର: , କୋଭିଡ୍ କାରଣରୁ ସ୍କୁଲ କେବେ ଖୋଲିବ, ସେନେଇ କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ହୋଇନାହିଁ ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ ଏଭଳି ପରିସ୍ଥିତିରେ ପିଲାମାନଙ୍କର ପାଠପଢ଼ା ଅଧିକ ମାତ୍ରାରେ ପ୍ରଭାବିତ ହେଉଛି ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନବମ ଦଶମ ଶ୍ରେଣୀ ସିଲାବସ୍ କମିବା ନେଇ ସ୍କୁଲ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ସିଲାବସ୍ ୩୦ ପ୍ରତିଶତ ହ୍ରାସ ପାଇବ ବୋଲି ଗଣାଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ତେଣୁ ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କରି ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢ଼ା ଯାଉଛି ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବପର ହେଉନଥିବାରୁ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ସିଲାବସ୍ ହ୍ରାସ କରାଯାଇଛି କେଉଁଠି ପିଲାଙ୍କର ଇଣ୍ଟରନେଟ ନାହିଁ କେଉଁଟି ଡାଟା ସରି ଯାଉଥିବା ସମସ୍ୟା ଦେଖାଯାଉଛି ତେବେ ଘରୋଇ ସ୍କୁଲର ପିଲାମାନେ ଅନଲାଇନରେ କ୍ଲାସ ଜାରି ରଖିଥିବା ବେଳେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ବେଶୀ ମାତ୍ରାରେ ପ୍ରଭାବିତ ହେଉଥିବାର ଦେଖାଯାଉଛି ତେଣୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ସରକାର ଯୋଜନା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରତ୍ୟେକ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟା ୪୫ ମିନିଟରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ୪ଟି ପିରିୟଡରେ କ୍ଲାସ ଚାଲିବ ଅନୁରୂପ ଭାବେ ଜୁଲାସ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅନଲାଇନରେ ହେବ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ ପାଠପଢ଼ା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚତୁର୍ଥରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢ଼ା ସକାଳ ୯ଟାରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି