ଆଜି ଠାରୁ ରାଜଧାନୀରେ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସର ତୃତୀୟ ପର୍ଯ୍ୟାୟ

ଆଜି ଠାରୁ ରାଜଧାନୀରେ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସର ତୃତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀରେ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସର ଥାର୍ଡ ଫେଜ ବା ତୃତୀୟ ପର୍ଯ୍ୟାୟ । ବିଏମସିର ୨୫ ଟି ୱାର୍ଡରେ ପ୍ରାୟ ୧୫୦୦ଟି ସାମ୍ପଲ ନିଆଯାଇ ଟେଷ୍ଟ କରାଯିବ । ପ୍ରଥମ ଦଫାରେ ଶୁକ୍ରବାର ଦିନ ଭୁବନେଶ୍ବରର ନୟାପଲ୍ଲୀ, ଜୟଦେବ ବିହାର,ନୀଳାଦ୍ରି ବିହାର ଅଞ୍ଚଳରେ ନମୁନା ଟେଷ୍ଟ କରାଯାଇଛି । ଏହା ଦ୍ବାରା କୋରୋନା ସଂକ୍ରମଣ ସମୟରେ କେତେ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟିବଡି ବିକଶିତ ହୋଇଛି ତାହା ଜଣା ପଡିବ ।

ଗୋଟିଏ ପଟେ କୋରୋନା ରାଜାଧାନୀରେ କମିବାରେ ଲାଗିଛି, ତେବେ ଗତ ମାସରେ ରାଜ୍ୟରେ ସର୍ବାଧିକ ସଂକ୍ରମଣ ଖୋର୍ଦ୍ଦା ଜିଲ୍ଲା ବିଶେଷ କରି ଭୁବନେଶ୍ବରରେ ପରିଲକ୍ଷିତ ହୋଇଥିଲା । ସେରୋ ସର୍ଭେଲାନ୍ସ ଦ୍ବାରା ଭୁବନେଶ୍ବରରେ କେତେ ସଂଖ୍ୟାରେ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି ତାହା ଜଣା ପଡିବ । ବିଶେଷ କରି ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ । ବିଏମସି ଓ ଆଇସିଏମଆର ପକ୍ଷରୁ ଭୁବନେଶ୍ବରରେ ଶୁକ୍ରବାର ଠାରୁ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମାତ୍ର ୨ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୫ ପ୍ରତିଶତ ଓ ତୃତୀୟ ପର୍ଯ୍ୟାୟରେ ହୁଏତ ଆହୁରି ଅଧିକ ଆଣ୍ଟି ବଡି ସୃଷ୍ଟି ହୋଇଥିବା ନେଇ ସ୍ପଷ୍ଟ ହୋଇଯିବ । ଏଭଳି ଟେଷ୍ଟକୁ ଜନସାଧାରଣ ସ୍ବାଗତ କରିଛନ୍ତି । ବିଏମସି ଏବେ ଦୈନିକ ଟେଷ୍ଟ ସଂଖ୍ୟା ୪୦୦୦କୁ ବୃଦ୍ଧି ପାଇଛି ।