ସେପ୍ଟେମ୍ବରରେ ଆସିବ ତୃତୀୟ ଲହର

ସେପ୍ଟେମ୍ବରରେ ଆସିବ ତୃତୀୟ ଲହର

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଶିଥିଳ ପଡ଼ିଥିବା ଦେଖିବାକୁ ମିଳିଛି ତେବେ କଟକଣା ଲାଗୁ ହେବା ପରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ ଆସନ୍ତା ସେପ୍ଟେମ୍ବରଅକ୍ଟୋବର ମାସରେ କରୋନାର ତୃତୀୟ ଲହର ଆସିପାରେ ତେଣୁ ଏନେଇ ଜନସାଧାରଣ ସଚେତନ ରହିବା ଆବଶ୍ୟକ ତୃତୀୟ ଲହରରେ ଛୁଆମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥିବାରୁ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବା ସହ ସମସ୍ତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲରେ ଥିବା ୧୧୧୪ ଡାକ୍ତର ୧୦୨୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ତାମିଲ୍ ଦିଆଯିବ ଶିଶୁଙ୍କ ପାଇଁ ଆଇସିୟୁ ଜେନେରାଲ୍ ବେଡ୍ ପ୍ରସ୍ତୁତ ରଖାଯାଇଛି ପ୍ରତିଶତରୁ କମ୍ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ ଅନଲକ୍ କରାଯିବା ନେଇ ବିଚାରବିମର୍ଶ ଚାଲିଛି ଜନସାଧାରଣ ତୃତୀୟ ଲହରକୁ ନେଇ ଭୟଭୀତ ହୋଇ ସାବଧାନ ରହିବାକୁ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି