ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

କଳାହାଣ୍ଡି ୮।୫: ଟ୍ରକ୍ ଚାପାରେ ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ର କନ୍ତେଶୀର ଗାଁ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ମଦନୀ ରଣା ଓ ତାଙ୍କ ସ୍ବାମୀ ମୋହନ ରଣା ।ସୂଚନାଯୋଗ୍ୟ ଯେ, ଦମ୍ପତ୍ତି ନିଜ ଘର ସମ୍ମୁଖରେ ଶୋଇଥିବା ବେଳେ ବଲାଙ୍ଗୀର ପଟୁ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମଦନୀ ରଣାଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । କେସିଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସ୍ବାମୀଙ୍କ ଅବସ୍ଥା ସ୍ଥିର ରହିଛି ।