ସପ୍ତାହରେ ୫ ଦିନ ଟିକାକରଣ କରାଯିବ

ସପ୍ତାହରେ ୫ ଦିନ ଟିକାକରଣ କରାଯିବ

ଭୁବନେଶ୍ୱର: ଶନି ଓ ରବିବାର ସଟ୍ଡାଉନ୍ ଥିବାରୁ ଏଣିକି ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ମେ’ ୧ରୁ ଘରୋଇ ହସ୍ପିଟାଲ ଗୁଡିକ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ୪୧ ହଜାର ୪୭୮ ଜଣଙ୍କୁ ଟିକାକରଣ କରାଯାଇଛି। ଆଜି ୭ ଶହ କେନ୍ଦ୍ରରେ ଟିକାକରଣ ଚାଲିଛି। ରାଜ୍ୟରେ କୋଭିଡ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି। ଶନି ଓ ରବିବାର ଦିନ ଟିକାକରଣ ବନ୍ଦ ରହିବ ଓ ଏହି ସମୟରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।