ମଦୁଆକୁ ଶାସ୍ତି ଦେଲେ ଗ୍ରାମବାସୀ

ମଦୁଆକୁ ଶାସ୍ତି ଦେଲେ ଗ୍ରାମବାସୀ

ନବରଙ୍ଗପୁର: ଗାଁର ନିସ୍ଵତୀ କୌଣସି ମଦୁଆକୁ ଗ୍ରାମରେ ପୁରେଇ ଦେବେ ନାହିଁ l ମଦ ପିଇ ଗ୍ରାମରେ ଆସିଲେ କିମ୍ବା ମଦ ରାନ୍ଧିଲେ ମିଳିବ ଶାସ୍ତି l ଗ୍ରାମରେ ଏଭଳି ନିସ୍ଵତୀ ହୋଇ ଥିବାରୁ ମାଡ଼ୁଆଙ୍କ ପାଦୃଭାବ କମିଛି ନବରଙ୍ଗପୁର ଜିଲ୍ଲା କଡ଼ିଙ୍ଗା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ l ଦୁଇ ଜଣ ମଦୁଆ ପେଟେ ମଦ ପିଇ ଥିବାରୁ ଗ୍ରାମ ବାସୀ ଗ୍ରାମ ଦାଣ୍ଡରେ 6 ଘଣ୍ଟା କାଳ ଦୌଡିରେ ବାନ୍ଧି ରଖିଥିଲେ l କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଡ଼ିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ମଦୁଆଙ୍କୁ ଉଦ୍ଧାର କରି ଯେଉଁ 3 ଜଣ ଖୁଣ୍ଟରେ ଦୁଇ ମଦୁଆଙ୍କୁ ବାନ୍ଧିଥିଲେ ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲା ପୁଲିସ l ମଦୁଆଙ୍କୁ ଶାରୀରିକ ନିର୍ଯ୍ୟାତନା ନ ଦେଇ ମଦୁଆଙ୍କୁ ଅଟକ ରଖି ପୁଲିସଙ୍କୁ ଖବର ଦେବା ପାଇଁ କଡ଼ିଙ୍ଗା ଥାନା ଅଧିକାରୀ ଗ୍ରାମବାସୀଙ୍କୁ ସୂଚନା ଦେଇଛନ୍ତି l