ବାତ୍ୟାର ପ୍ରଭାବ ଓଡିଶାରେ ପଡିପାରେ

ବାତ୍ୟାର ପ୍ରଭାବ ଓଡିଶାରେ ପଡିପାରେ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏହି ଲଘୁଚାପ ଆସନ୍ତା ୨୬ କିମ୍ବା ୨୭ ତାରିଖ ଆଡକୁ ବାତ୍ୟାର ରୂପ ନେଇପାରେ ଏହାର ପ୍ରଭାବ ଓଡିଶା ଉପରକୁ ମଧ୍ୟ ରହିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ସବୁଠାରୁ ଅଧିକ ବାତ୍ୟା ହେଉଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ ପ୍ରତିବର୍ଷ ଓଡିଶାବାସୀ କୌଣସି ନା କୌଣସି ବାତ୍ୟାର ସମ୍ମୁଖୀନ ହୁଅନ୍ତି ବଙ୍ଗୋପସାଗରରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ସମୟ ପର୍ଯ୍ୟନ୍ତ ସମୁଦ୍ରରେ ରହି ବାତ୍ୟାର ରୂପ ନେଉଛି ଯାହା ଫଳରେ ଉପକୂଳବର୍ତ୍ତୀ ରାଜ୍ୟ ଗୁଡିକ ବ୍ୟାପକ କ୍ଷୟକ୍ଷତିର ସାମନା କରନ୍ତି ତେବେ ଚଳିତ ବର୍ଷର ପ୍ରଥମ ବାତ୍ୟା ଆରବ ମହାସାଗରରେ ସୃଷ୍ଟି ହୋଇଛି ଯାହା ବର୍ତ୍ତମାନ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଆଦି ଠାରେ ତାଣ୍ଡବ କରୁଛି ଏହା ମଧ୍ୟରେ ଗୋଟିଏ ବାତ୍ୟା ନଜାଉଣୁ ଆଉ ଏକ ବାତ୍ୟା ଆଡକୁ ଇସାରା କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ଅନ୍ୟପଟେ ବାତ୍ୟା ତଉକ୍ତେର ସଠିକ୍ ଅବତରଣର ନେଇ ସୁଚନା ଦେଇଥିବାରୁ ଭାରତୀୟ ପାଣିପାଗ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ମାଧବନ ରାଜୀବନ ଏହାର ସ୍ଥିତି, ଗତି ଏବଂ ଲ୍ୟାଣ୍ଡଫଲ୍ ସମୟ ସଂକ୍ରାନ୍ତରେ ଉପଯୁକ୍ତ ତଥ୍ୟ ଦେଇଥିବାରୁ ଆଇଏମଡିକୁ ଧନ୍ୟବାଦ ଜଣାଇଛନ୍ତି ମାଧବନ ରାଜୀବନ