ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

ଆନନ୍ଦପୁର,୧୭  ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀ ଗିରିଗାଁ ଘାଟ ନିକଟ ନଦୀ ଗର୍ଭ ରେ ଜଣେ ମହିଳା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇବା ପରେ ନନ୍ଦିପଦା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚିଛି ନଦୀରେ ଏକ ମୃତଦେହ ଭାସୁଥିବା ଲୋକମାନେ ଦେଖିଥିଲେ।  ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ମୃତା ମହିଳା ଙ୍କ ମୁହଁ କଳା ପଡିଯାଇଛି। ଏଥିସହ ମୁହଁ ରେ ଆଘାତ ଲାଗିଥିବା ସଦେହ ହୋଇଛି ତେବେ ସଂପୃକ୍ତା ମହିଳାଙ୍କ ପରିଚୟ ମିଳିପାରି ନାହିଁ    ମୃତଦେହ ଉଦ୍ଧାର ପ୍ରକ୍ରିୟା ପୋଲିସ୍ ଆରମ୍ଭ କରିଛି