ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

ଆନନ୍ଦପୁର,୧୭।୬  ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀ ର ଗିରିଗାଁ ଘାଟ ନିକଟ ନଦୀ ଗର୍ଭ ରେ ଜଣେ ମହିଳା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇବା ପରେ ନନ୍ଦିପଦା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚିଛି । ନଦୀରେ ଏକ ମୃତଦେହ ଭାସୁଥିବା ଲୋକମାନେ ଦେଖିଥିଲେ।  ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ମୃତା ମହିଳା ଙ୍କ ମୁହଁ କଳା ପଡିଯାଇଛି। ଏଥିସହ ମୁହଁ ରେ ଆଘାତ ଲାଗିଥିବା ସଦେହ ହୋଇଛି । ତେବେ ସଂପୃକ୍ତା ମହିଳାଙ୍କ ପରିଚୟ ମିଳିପାରି ନାହିଁ  ।  ମୃତଦେହ ଉଦ୍ଧାର ପ୍ରକ୍ରିୟା ପୋଲିସ୍ ଆରମ୍ଭ କରିଛି ।