ଦେଶକୁ ଏଯାଏଁ ତୃତୀୟ ଲହର ଆସିନି, ୯୦ ପ୍ରତିଶତ ରୋଗୀ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ: ଡାକ୍ତର ନିରୋଜ ମିଶ୍ର

ଦେଶକୁ ଏଯାଏଁ ତୃତୀୟ ଲହର ଆସିନି, ୯୦ ପ୍ରତିଶତ ରୋଗୀ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ: ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ବର:କରୋନାର ବିଭିନ୍ନ ଭୟାବହତାକୁ ନେଇ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ଦେଶକୁ ଏଯାଏଁ ଲାମ୍ବଡା ଭାରିଏଣ୍ଟ ଆସିନି । କେତକ ରୋଗୀ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ । କେରଳରେ ଦେଶର ସବୁଠାରୁ ଅଧିକ ଟେଷ୍ଟିଂ ହେଉଛି ତେଣୁ ରୋଗୀ ସଂଖ୍ୟା ଅଧିକ ବାହାରୁଛନ୍ତି ।

ଆହୁରି କହିଛନ୍ତି ତ୍ରିପୁରା, ମହାରାଷ୍ଟ୍ରରେ ଗତ ୨ ଦିନ ତଳେ ଦେଖା ଦେଇଥିବା ମାତ୍ରାଧିକ ସଂକ୍ରମଣ ଡେଲଟା ପ୍ଲସ୍ ନୁହେଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ସ୍ପଷ୍ଟ ବିବରଣୀ କରିଛନ୍ତି ।

ଆମ ଦେଶରେ ଯେମିତି ଲାମ୍ବଡା ଭାରିଏଣ୍ଟ ପ୍ରବେଶ ନ କରେ ସେଥିପାଇଁ ଯଥେଷ୍ଟ ବ୍ୟବସ୍ଥା କରିବା ଦରକାର । ଦେଶରେ ଏବେ ଯେଉଁ ଟିକା ମିଳୁଛି ତାହା ସମସ୍ତେ ନେବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଆମେ ଏଯାଏଁ ଦ୍ବିତୀୟ ଲହରରେ ସୀମିତ ଅଛୁ । ତୃତୀୟ ଲହର ପୂର୍ବରୁ ଟିକା ନେଇଗଲେ, ଏହାର ସଂକ୍ରମଣ ହାର ଯଥେଷ୍ଟ କମିଯିବ। ତେବେ ଆଗକୁ ବୁଷ୍ଟର ଡୋଜ ଦିଆଗଲେ ମଧ୍ୟ ଭଲ ହେବ ବୋଲି ସେ କହିଛନ୍ତି ।