ଭୁବନେଶ୍ୱର:ଦକ୍ଷିଣ ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ଆଇଏମଡି ଆକଳନ କରିଛି । ଜୁନରୁ ସେପ୍ଟମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୧% ବର୍ଷା ହେବାର ଆକଳନ କରାଯାଇଛି । ତେବେ ସାରା ଦେଶରେ ସ୍ୱାଭାବିକ ମୌସୁମୀ ଥିଲେ ବି ଉତ୍ତର ପୂର୍ବାଞ୍ଚଳରେ ଏହାର ପ୍ରଭାବ କମ୍ ପଡିବ । ଉତ୍ତର–ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ସ୍ୱାଭାବିକ ବର୍ଷା ରହିବ । ଅନ୍ୟପଟେ ଉତ୍ତର ପୂର୍ବାଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ନେଇ ଆକଳନ କରାଯାଇଛି ।