ଏଥର କଟକରେ ହେବନି ବାଲିଯାତ୍ରା

ଏଥର କଟକରେ ହେବନି ବାଲିଯାତ୍ରା

କଟକ: ଚଳିତବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। ଏଭଳି ଏକ ବିରାଟ ଆୟୋଜନ କଷ୍ଟକର । କାର୍ତ୍ତିକ ପୂର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ଧବଳେଶ୍ୱରରେ ବି ବଡଓଷା ଉତ୍ସବ ପାଳନକୁ ଅନୁମତି ନାହିଁ । ବଡ ଓଷା ନୀତି ପାଳନ ହେବ, କିନ୍ତୁ ଲୋକଙ୍କୁ ମନ୍ଦିର ଯିବାକୁ ମନା ହୋଇଛି ।