ଅଧା ବାଟରେ ତିନି ରଥ

ବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ । ୫୩ ବର୍ଷ ପରେ ପଡ଼ିଛି ଦୁର୍ଲ୍ଲଭ ଯୋଗ।ଗତକାଲି ଅଣସର ଘରୁ ପହଣ୍ଡି ହୋଇ ଆସିଥିଲେ ମହାପ୍ରଭୁ । ପରେ ନବଯୌବନ ଦର୍ଶନ ନହୋଇ ରଥାଋଢ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଗତକାଲି ପ୍ରଥମ ଦିନରେ ରଥଟଣା ହୋଇଥିବାବେଳେ ମରିଚିକୋଟ ଛକରେ ତାଳଧ୍ବଜ ରଥ, ରାଜ ନଅର ସମ୍ମୁଖରେ ଦର୍ପଦଳନ ଓ ଶ୍ରୀମନ୍ଦିର ଦୁଇପାଦ ଆଗରେ ଅଟକି ରହିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ପରେ ପୁଣି ରଥଟଣା ଆରମ୍ଭ ହେବ ।