ଆଜି ଓଡ଼ିଶାରେ ୧୦, ୩୨୧ ପଜିଟିଭ୍ ଚିହ୍ନଟ

ଆଜି ଓଡ଼ିଶାରେ ୧୦, ୩୨୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୮ ।୫ : ଆଜି ରାଜ୍ୟରେ ୧୦,୩୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୭୭୯ ଓ ସ୍ଥାନୀୟ ଅଞ୍ଚଳରୁ ୪୫୪୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୯୭୩, ସୁନ୍ଦରଗଡ଼ରୁ ୮୩୨, ଅନୁଗୋଳରୁ ୬୦୬, ବଲାଙ୍ଗିରରୁ ୫୦୭, ନୂଆପଡ଼ାରୁ ୫୦୨, ସମ୍ୱଲପୁରରୁ ବାହାରିଛନ୍ତି ଆଉ ୪୯୪ ନୂଆ ଆକ୍ରାନ୍ତ । ମୟୂରଭଞ୍ଜରୁ ୪୫୪, ଭଦ୍ରକରୁ ୪୪୩, ବରଗଡ଼ରୁ ୪୦୪, ଝାରସୁଗୁଡ଼ାରୁ ୩୮୮, ନବରଙ୍ଗପୁର ୩୮୬, ବାଲେଶ୍ୱରରୁ ୩୫୪ ଓ ପୁରୀରୁ ୩୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧ରେ ପହଞ୍ଚିଛି । ସୁସ୍ଥ ହେଲେଣି ୫ଲକ୍ଷ ୧୪ହଜାର ୫୩୨ ସଂକ୍ରମିତ । ଏବେ ରାଜ୍ୟରେ ୧ଲକ୍ଷ ୬ହଜାର ୬୧ଟି ଆକ୍ଟିଭ୍ କେସ୍ ରହିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।