ଆଜି ରାଜ୍ୟରେ ୧୦ ହଜାର ୬୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଆଜି ରାଜ୍ୟରେ ୧୦ ହଜାର ୬୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ୱର,୯ ।୫: ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ରାଜ୍ୟରେ ୧୦ ହଜାର ୬୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ପାଇଛି । ସେହିପରି ସୁନ୍ଦରଗଡରୁ ୯୩୪, କଟକରୁ ୮୮୭, ସମ୍ବଲପୁରରୁ ୬୪୧, ଅନୁଗୁଳରୁ ୫୫୯, କଳାହାଣ୍ଡିରୁ ୪୬୯, ଝାରସୁଗୁଡାରୁ ୪୫୬, ବରଗଡରୁ ୪୪୩, ନବରଙ୍ଗପୁରରୁ ୩୩୬, ପୁରୀରୁ ୪୩୪, ନୂଆପଡାରୁ ୩୨୪, ବଲାଙ୍ଗିରରୁ ୩୧୮, ବାଲେଶ୍ୱରରୁ ୩୦୧, ଯାଜପୁରରୁ ୨୯୦, ଷ୍ଟେଟପୁଲରୁ ୨୭୩, ଗଞ୍ଜାମରୁ ୨୬୬, ନୟାଗଡରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡାରୁ ୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ, ସୁବର୍ଣ୍ଣପୁରରୁ ୧୪୯, ଢେଙ୍କାନାଳରୁ ୧୪୬, ଦେବଗଡରୁ ୧୩୭, କୋରାପୁଟରୁ ୧୨୭, ଜଗତସିଂହପୁରରୁ ୧୪୦, କେନ୍ଦ୍ରାପଡାରୁ ୧୧୭, ଗଜପତିରୁ ୧୦୧, ମାଲକାନଗିରିରୁ ୭୯ ଓ କନ୍ଧମାଳରୁ ୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।