ରାଜ୍ୟରେ ଚିହ୍ନଟ ହେଲେ ୩୨୬୭ କରୋନା ସଂକ୍ରମିତ ଚିହ୍ନଟ ।

ରାଜ୍ୟରେ ଚିହ୍ନଟ ହେଲେ ୩୨୬୭ କରୋନା ସଂକ୍ରମିତ ଚିହ୍ନଟ ।

ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୬ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୬୭୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୮୫୯, କଟକରୁ ୩୮୪, ପୁରୀରୁ ୨୩୫, ରାୟଗଡ଼ାରୁ ୧୬୯, ବରଗଡ଼ରୁ ୧୬୦, ଭଦ୍ରକରୁ ୧୩୮, ମୟୁରଭଞ୍ଜରୁ ୧୩୪ , ସୁନନ୍ଦରଗଡ଼ରୁ ୧୨୭, କେନ୍ଦୁଝରରୁ ୧୦୭, ଗଞ୍ଜାମରୁ ୯୭, ନବରଙ୍ଗପୁରରୁ ୮୫, କୋରାପୁଟରୁ ୮୩, ସମ୍ବଲପୁରରୁ ୮୦, ନୟାଗଡ଼ରୁ ୭୦, ଜଗତସିଂହପୁରରୁ ୬୬, ସୋନପୁରରୁ ୬୬, ଅନୁଗୁଳରୁ ୬୦, କେନ୍ଦ୍ରାପଡ଼ାରୁ ୫୧, ବୌଦ୍ଧରୁ ୪୪, ବଲାଙ୍ଗୀରରୁ ୪୩, ନୂଆପଡ଼ାରୁ ୪୦, ଝାରସୁଗୁଡ଼ାରୁ ୩୭, କଳାହାଣ୍ଡରୁ ୩୭, କନ୍ଧମାଳରୁ ୨୭, ଦେଓଗଡ଼ରୁ ୨୩, ଯାଜପୁରରୁ ୨୩, ଢ଼େଙ୍କାନାଳରୁ ୧୮, ଗଜପତିରୁ ୧୮, ମାଲକାନଗିରିରୁ ୧୭, ବାଲେଶ୍ୱରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।