ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫୮୮ ପଜିଟିଭ୍

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫୮୮ ପଜିଟିଭ୍

ଭୁବନେଶ୍ୱର, ୬।୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୫୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪୨ ଓ ସ୍ଥାନୀୟ ଅଞ୍ଚଳରୁ ୨୪୬ ଜଣ ଚିହ୍ନଟ ହୋଇଛନ୍ତି ।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।