ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଶିଳ୍ପ କ୍ଷେତ୍ରକୁ ନେଇ ସେସନ ହେବ । କାର୍ଯ୍ୟକ୍ରମ ଅବସରରେ ୧୫୦ ଜଣ ପ୍ରଦର୍ଶକ ସେମାନଙ୍କ ପ୍ରଡକ୍ଟ, ସର୍ଭିସ ଇନୋଭେସନ ଜନତା ମଇଦାନରେ ପ୍ରଦର୍ଶନ କରିବେ । ଦୁଇ ଦିନର କାର୍ଯ୍ୟକ୍ରମ ପରେ ୩୦ ତାରିଖ ଗୋଟିଏ ଦିନ ସର୍ବସାଧାରଙ୍କ ଖୋଲା ରହିବ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଷ୍ଟାଟପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ସୁଭଦ୍ରା ଯୋଜନା ଭଳି ଯେଉଁ ବଡ ଯୋଜନା କରାଯାଇଛି ଏହାକୁନେଇ ସ୍ଵତନ୍ତ୍ର ଭାବେ ଥିମବେଶ ସେସନ ଅନୁଷ୍ଠିତ ହୋଇ ଆଲୋଚନା କରାଯିବ । ମହିଳା ନେତୃତ୍ଵ ଗୋଲ ଟେବୁଲ ବୈଠକ, ସିଇଓ ଗୋଲ ଟେବୁଲ ବୈଠକ, ଏଡିଟର ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହେବ । ଶିଳ୍ପଦ୍ୟୋଗୀ, ଶିଳ୍ପ ବିଶେଷଜ୍ଞ ସହ ମଧ୍ୟ ଖୋଲା ଆଲୋଚନା ହେବ । ରାଜ୍ୟ ସଂସ୍କୃତି ବିଭାଗ ଦ୍ଵାରା ବିଶିଷ୍ଟ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ନୃତ୍ୟ ପ୍ରଦର୍ଶନ ସହ ଡ୍ରୋନ ସୋ କରାଯିବ । ଯୋଗଦେବ ୭ ହଜାର ୫ ଶହ ଡେଲିଗେଟ । ୨୦ ରୁ ଅଧିକ ଦେଶର ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।