ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ

ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ। ଦୀର୍ଘ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢିଚାଲିଛି ଏବଂ ରାଜ୍ୟ ସରକାର ଯୁବକମାନଙ୍କ ସହ ପ୍ରତାରଣା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯୁବକମାନଙ୍କୁ ସ୍ୱୟମ ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ଦେଉଛନ୍ତି। କିନ୍ତୁ ଯୁବକମାନଙ୍କୁ ଚାକିରୀ ଦରକାର, ଋଣ ଦରକାର ନୁହେଁ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି। ତେବେ ଏ ନେଇ ବିଜେଡି କି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଆଗକୁ ନିର୍ବାଚନ ଥିବାରୁ ଏବେ ସକ୍ରିୟ ହୋଇପଡ଼ିଛି କଂଗ୍ରେସ।