ଆଜି ରାଜ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ, ୫ ଆକ୍ରାନ୍ତଙ୍କ ମୃତ୍ୟୁ

ଆଜି ରାଜ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ, ୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ, ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୯୫୮କୁ ବୃଦ୍ଧି ପାଇଛି।ଏପେଟ ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ନୂଆ କରୋନା ପଜିଟିଭ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୮୧୪ ଥିବା ବେଳେ ଲୋକାଲ କେସ ରହିଛି ୨ ହଜାର ୩୭। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେହିପରି ସୁନ୍ଦରଗଡ଼ରୁ ୫୧୬, ନୂଆପଡ଼ା ୪୮୬, ବରଗଡ଼ ୩୧୮, କଟକ ୩୦୪, ଝାରସୁଗୁଡ଼ା ୨୯୦, ବଲାଙ୍ଗିର ୨୨୭, ପୁରୀ ୨୨୩, ନବରଙ୍ଗପୁର ୧୯୪, ସମ୍ବଲପୁରରୁ ୧୭୧ ଚିହ୍ନଟ ହୋଇଛନ୍ତି।