ଆଜି ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୩୧ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା

ଆଜି ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୩୧ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, ବଲାଙ୍ଗୀର ଜିଲ୍ଳାରୁ ୨ଜଣ ଲେଖାଏଁ, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।