ଆଜିଠାର ନବମ ଓ ଦଶମ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା

ଆଜିଠାର ନବମ ଓ ଦଶମ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୫।୪ : ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଏହି ପରୀକ୍ଷା ତିନିଦିନ ଧରି ଚାଲିବ । ପ୍ରାୟ ୬ ହଜାର ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ୭ ତାରିଖରେ ପରୀକ୍ଷା ଶେଷ ହେବ । ୮ ତାରିଖରେ ଓଷ୍ଟା ୱେବସାଇଟ୍ ossta.in ରେ ପରୀକ୍ଷାର ଆଦର୍ଶ ଉତ୍ତର ପ୍ରକାଶ ପାଇବ । ୧୦ ତାରିଖରେ ସମଗ୍ର ରାଜ୍ୟରେ ପରୀକ୍ଷା ରେଜଲ୍ଟ ପ୍ରକାଶିତ ହେବ ବୋଲି ଓଷ୍ଟା ସମ୍ପାଦକ ସୂଚନା ଦେଇଛନ୍ତି ।