ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ପ୍ରତ୍ୟେକ କାମ ବିଳମ୍ବରେ ହେଉ ଥିବାରୁ ମନରେ ପୂର୍ବଭଳି ଆଗ୍ରହ ରହିବା ନାହିଁ । ନିର୍ମାଣାଧୀନ କାମ ଆଗେଇ ଚାଲିବେ ଏବଂ ସମସ୍ୟା ଓ ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ ।

ବୃଷ:  ଆଜି କିଛି ପାଇବାର ଅଭିଳାଷ ରଖି କୌଣସି ବ୍ୟକ୍ତି ଅଯଥାରେ ଆପଣଙ୍କୁ ପ୍ରଶଂସା କରିପାରେ । ଅର୍ଥ ଅଭାବରୁ ସ୍ୱତଃପ୍ରବୃତଃ ଭାବରେ ଜଣେ ବନ୍ଧୁ ନିବାରଣ କରିବା ପାଇଁ ପ୍ରତିଶ୍ରୁତି ଦେବେ ।

ମିଥୁନ:  ଆପଣ ନିଜ ପାଇଁ କିଛି ନ କରି ଅନ୍ୟ ପାଇଁ କିଛି କରିବା ଲାଗି ପ୍ରଭାବିତ କରିବେ । ମୃଗଶିରା ନକ୍ଷତ୍ର ଭାବବିଭୋର ହୋଇ କାମ କଲେ ମଧ୍ୟ ଆଶାନୁରୂପ ଫଳ ପାଇବେ ନାହିଁ ।

କର୍କଟ: ଆଜି ପ୍ରତ୍ୟେକ ସମସ୍ୟାକୁ ହାକୁକା ଭବରେ ଗ୍ରହଣ କରି ସମୟାକୁ ଆବାହନ କରିପାରନ୍ତି । ଅଶ୍ୱିନୀ ନକ୍ଷତ୍ର ବନ୍ଧୁଙ୍କ ପରାମର୍ଶକୁ ବେଖାତିର ନ କଲେ ଉପକୃତ ହେବେ ।

ସିଂହ:  ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋଭାବ କ୍ରମଶଃ ହ୍ରାସ ପାଇପାରେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ କମିଯିବ ।

କନ୍ୟା: ଆଜି ମିତ୍ରମାନଙ୍କ ଉପରେ ସବୁ ଦାୟିତ୍ୱ ଲଦି ଦେଇ ନିଜେ ଚୁପ୍‌ଚାପ୍ ବସିବା ଠିକ୍ ହେବନି । ହସ୍ତା ନକ୍ଷତ୍ର ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି ।

ତୁଳା:  ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇ ପାରନ୍ତି । ଭୁଲ୍ ବୁଝାମଣାରୁ ପରିବାର ଭିତରେ ଅଶାନ୍ତିରକାରଣ ହୋଇପାରେ ।

ବିଛା: ସମୟ ବିଶେଷ ଖରାପ ନ ଥିଲେ ମଧୟ ନିଜର ଅବହେଳା ସକାଶରୁ ସୁଯୋଗ ହରାଇ ପାରନ୍ତି । ଅନୁରାଧା ନକ୍ଷତ୍ରର ଅର୍ଥନୈତିକ ପ୍ରଗତିରେ ମାନସିକ ସ୍ଥିତି ଭଲ ରହିବ ।

ଧନୁ:  ପ୍ରତିକୂଳ ବାତାବରଣ ଲାଗି ରହିଥିଲେ ମଧ୍ୟ ନିଜର ନିରଳସ ଉଦ୍ୟମ ଓ ଆନ୍ତରିକ ପ୍ରଚେଷ୍ଟାରୁ ଲକ୍ଷ୍ୟ ହାଲ କରିବାରେ ଅସୁବିଧା ହେବ ନାହିଁ ।

ମକର:  ଅନ୍ୟମାନଙ୍କ କଥାକୁ ଉପେକ୍ଷା ନ କରି ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇ ପାରନ୍ତି । ଶ୍ରବଣା ନକ୍ଷତ୍ରର ମାନସିକ ଦ୍ୱନ୍ଦ୍ୱ ସଙ୍ଗକୁ ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ ।

କୁମ୍ଭ:  ଆଜି ଆପଣଙ୍କ ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । କିନ୍ତୁ ବହୁତ ଚେହ୍‌ଟା କଲେ ମଧ୍ୟ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହେବା ସହଜସାଧ୍ୟ ନ ହୋଇପାରେ ।

ମୀନ: ଆଜି ବିଶାଖା ନକ୍ଷତ୍ର ଅନ୍ୟମାନଙ୍କୁ କାମରେ ଲଗାଇ ନିଜର ଫାଇଦା ହାସଲ କରିପାରିବେ । ବ୍ୟୟ ଭାର କ୍ରମଶଃ କମି କମି ଆସିବା ସଙ୍ଗକୁ ଦୁର୍ବଳ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।