ମହାନଦୀ ଜଳ ବିବାଦ ମାମଲାରେ ଆଜିର ଟ୍ରିବୁନାଲ୍ ରେ ଶୁଣାଣି ଶେଷ

ମହାନଦୀ ଜଳ ବିବାଦ ମାମଲାରେ ଆଜିର ଟ୍ରିବୁନାଲ୍ ରେ ଶୁଣାଣି ଶେଷ

ଓଡିଶା ର ଆଡଭୋକେଟ ଜେନେରାଲ ଅସୁସ୍ଥ ଥିବାରୁ ପକ୍ଷ ରଖିଲେ ମୁକୁଲ ରୋହତଗି। ଆଜିର ଶୁଣାଣି ରେ ମୁଖ୍ୟତଃ ଦୁଇଟି ଦାବି ରଖିଲା ଓଡିଶା।

ଅଣମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି। ଉଭୟ ପକ୍ଷ ମଧ୍ୟରେ କୌଣସି ପ୍ରକାର ସମାଧାନ ର ବାଟ ବାହାରି ପାରୁନାହିଁ। ତେଣୁ ଡିସେମ୍ବର ରେ କୌଣସି ଏକ ତାରିଖରେ ମମାଲର ଚୁଡାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି ଅନୁସାରେ ଟ୍ରିବୁନାଲ୍ ରାୟ ଦେବାକୁ ଓଡିଶା ଦାବି କରିଛି।

ମହାନଦୀ ଜଳ ବିବାଦ ମାମଲାରେ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ଦସ୍ତାବିଜ/ନଥିପତ୍ର ଆଦାନପ୍ରଦାନ ପାଇଁ ଦୁଇ ଆସେସରମାନଙ୍କ ଦ୍ବାରା କମନ ଇନଫରମେସନ ଫର୍ମାଟ୍ ଚୂଡ଼ାନ୍ତ ହୋଇଥିବା ବେଳେ ଓଡିଶା ଏଥିରେ ଛତିଶଗଡ଼ ଦ୍ୱାରା ନିର୍ମାଣ ହୋଇଥିବା ବ୍ୟରେଜ ତଥ୍ୟ ରଖିବାକୁ ଦାବି କରିଛି (
dam break analysis) ।

ଛତିଶଗଡ଼ କେତେ ବ୍ୟରେଜ କରିଛି, ଏହାର strength କେତେ, ଉଚ୍ଚତା କେତେ ଭଳି ସବିଶେଷ ତଥ୍ୟ ଆସେସର ଙ୍କୁ ନ ଦେଲେ ଓଡିଶା ଟ୍ରିବୁନାଲ୍ ରେ ଆବେଦନ କରି ପାରିବ ବୋଲି ଟ୍ରିବୁନାଲ କହିଛନ୍ତି।

ଏହାସହ ମୂଳ ଆବେଦନ ର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଲେ ଟ୍ରିବୁନାଲ୍।
ମାମଲାର ପରବର୍ତୀ ଶୁଣାଣି ଡିସେମ୍ବର 5 ରେ ହେବ।