ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ ବ୍ୟବସ୍ଥା ହେବ

ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ ବ୍ୟବସ୍ଥା ହେବ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ ବ୍ୟବସ୍ଥା ହେବ । କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ ଯିବ । ଜଳସେଚିତ ଜମି ରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ କିଣାଯିବା । ଯଦି କେହି ଟୋକାନ ପାଇନଥିବେ ୧୯୬୭ ଟୋଲ ଫି ନମ୍ବର ରେ ଜଣେଇବେ।କେଉଁ ଜିଲ୍ଲାରୁ କେଉଁ ତାରିଖରେ ଆରମ୍ବ ହେବ ଜିଲ୍ଲା ସ୍ତରୀୟ ପ୍ରୋକ୍ୟୁର୍ମେଣ୍ଟ କମିଟି ନିଷ୍ପତ୍ତି ନେବ । ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ ।ସବୁ ବ୍ଲକ ରେ ପି ପାସ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ ସୁବିଧା ନାହିଁ ୫୦ ବ୍ଲକ ରେ ଅଫଲାଇନ ରେ କରାଯିବ। ଚଳିତ ବର୍ଷ ନୂଆ ଏମଏସପି ଦରରେ କିଣାଯିବା ଧାନ।ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଓ ଗ୍ରେଡ ଏ ମାନର ଧାନ ୧୮୮୮ ଟଙ୍କାରେ କିଣାଯିବ।