ମାଲବାହୀ ଟ୍ରେନ ଲାଇନଚ୍ଯୁତ

ପୁଣି ଭୁବନେଶ୍ବରରେ ରେଳ ଅଘଟଣ । ମଞ୍ଚେଶ୍ବର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ଯୁତ । ରାତି ଗୋଟାଏ ୩୫ ମିନିଟରେ ଟ୍ରେନର ୮ଟି ବଗି ଲାଇନଚ୍ଯୁତ ହୋଇଥିବା ରେଲୱେ ତରଫରୁ ସୂଚନା ଦିଆଯାଇଛି । ଷ୍ଟେସନ ଲେବୁଲ କ୍ରସିଂରେ ଟ୍ରେନଟି ଲାଇନଚ୍ଯୁଚ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିର ଟ୍ରାକର ମରାମତି କାର୍ଯ୍ୟ କରାଯାଇଛି । ରେଲୱେ ପକ୍ଷରୁ ସୂଚନା ଅନୁସାରେ ବର୍ତ୍ତମାନ ଉଭୟ ଡାଉନ ଓ ଅପ ଲାଇନରେ ଚଳାଚଳ ଆରମ୍ଭ ହୋଇଛି । ୨ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୬ଟି ଟ୍ରେନର ଯାତାୟାତ ସମୟ ପରିବର୍ତ୍ତନ କରାଯାଇଛି ।