ବଜ୍ରପାତରେ ଜଳିଗଲା କଞ୍ଚା ମହୁଲ ଗଛ

ବଜ୍ରପାତରେ ଜଳିଗଲା କଞ୍ଚା ମହୁଲ ଗଛ

ପାଟଣା, ୦୨/୦୫: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀକା ପୁଡ଼ି ଗ୍ରାମର ମହାନ୍ତ  ସାହି ନିକଟ ଶାଳ ଜଙ୍ଗଲରେ ଏକ ଗଛକୁ ରବିବାର ଅପରାହ୍ନରେ ବଜ୍ରପାତ ଯୋଗୁ ଏକ କଞ୍ଚା ମହୁଲ ଗଛ ଜଳି ଯାଇଛି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ମହୁଲ ଗଛ ଉପରକୁ ହଠାତ ବଜ୍ରପାତ ଯୋଗୁ ଗଛଟି ଜଳି ଯାଇଥିବା ବେଳେ ପାଖରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗଛଟି ଜଳୁ ଥିବାର ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଆଯାଇ ଥିଲା ତେବେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି