ଦୂରଦର୍ଶନରେ ପଢ଼ିବେ +୨ ଛାତ୍ରଛାତ୍ରୀ

ଦୂରଦର୍ଶନରେ ପଢ଼ିବେ +୨ ଛାତ୍ରଛାତ୍ରୀ

ଆସନ୍ତା ୭ ତାରିଖରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ହେବ। କ୍ଲାସ୍‌ ଦିନ ୧୦ଟାରୁ ଆରମ୍ଭ ହେବ। ଦୈନିକ ୧ ଘଣ୍ଟା କ୍ଲାସ୍‌ ହେବ। ଯାହା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରଣ କରାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।