କଟକ ବଡ଼ ଡାକ୍ତରଖାନାରେ ଯୋଡ଼ାମୁଣ୍ଡ ଶିଶୁ କାଳିଆ ମୃତ

କଟକ ବଡ଼ ଡାକ୍ତରଖାନାରେ ଯୋଡ଼ାମୁଣ୍ଡ ଶିଶୁ କାଳିଆ ମୃତ

କଟକ: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ ଆଜି କାଳିଆର ମୃତ୍ୟୁ ଘଟିଛି । କାଳିଆ ପ୍ରାୟ ୩ ବର୍ଷ ଧରି ଜୀବନ ସହ ସଂଗ୍ରାମ କରୁଥିଲା । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ କାଳିଆକୁ ବଞ୍ଚେଇବା ସମ୍ଭବ ହୋଇପାରିନଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଏସ୍‌ସିବିରେ କାଳିଆର ମୃତ୍ୟୁ ଘଟିଛି।୨୦୧୭ରେ ସେମାନଙ୍କ ମୁଣ୍ଡ ଅଲଗା କରାଯାଇଥିଲା । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ସଂକଟାପନ୍ନ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇଥିଲା