ବ୍ଲାକ୍ ଫଙ୍ଗସରେ ହିମାଚଳ ପ୍ରଦେଶର ହସ୍ପିଟାଲରେ ଦୁଇ ମୃତ

ବ୍ଲାକ୍ ଫଙ୍ଗସରେ ହିମାଚଳ ପ୍ରଦେଶର ହସ୍ପିଟାଲରେ ଦୁଇ ମୃତ

ଶିମଲା,୨୮।୫: ବ୍ଲାକ୍ ଫଙ୍ଗସରେ ହିମାଚଳ ପ୍ରଦେଶର IGMC ହସ୍ପିଟାଲରେ ଦୁଇ ମୃତ୍ୟୁ ହୋଇଛିl ହିମାଚଳରେ ପ୍ରଥମ ଥର ପାଇଁ ବ୍ଲାକ୍ ଫଙ୍ଗସରେ ମୃତ୍ୟୁ ମାମଲା ସାମନାକୁ ଆସିଛିl ରାଜ୍ୟରେ ଏପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସର ୮ ଟି କେସର ରିପୋର୍ଟ ଆସିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। କାଙ୍ଗାଡା ମେଡିକାଲ କଲେଜରେ ବ୍ଲାକ୍ ଫଙ୍ଗସର ତିନୋଟି ମାମଲା ଦେଖିବାକୁ ମିଳିଛିl ସେଭଳି ଶିମଲାର ଆଇଜିଏମସିରୁ ତିନିଜଣ ରୋଗୀ ବାହାରିଛନ୍ତି, ସେଥିମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ଆଇଜିଏମସିର ଏମଏସ ଡାକ୍ତର ଜନକ ରାଜ ସୂଚନା ଦେଇଛନ୍ତିl
ମିଳିଥିବା ସୂଚନା ଅନୁଯାୟୀ, ଆଇଜିଏମସି ଶିମଲାରେ ଚିକିତ୍ସା ସମୟରେ ହାମିରପୁର ଏବଂ ସୋଲାନର କୌଶଲି ଅଞ୍ଚଳର ରୋଗୀଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ଦାବି କରିଛି ଯେ ଉଭୟ ରୋଗୀଙ୍କ ଡାଇବେଟିସ କିଟୋସିଡୋସିସ୍ ଥିଲାl ବ୍ଲାକ୍ ଫଙ୍ଗସ ସେମାନଙ୍କ ମସ୍ତିଷ୍କରେ ପହଞ୍ଚି ଯାଇଥିଲାl ଜଣକର ବୟସ ୩୯ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୪୯ ବର୍ଷ ହୋଇଥିଲାl