ଆଜି ଶପଥ ନେବେ ଦୁଇ ନବ ନିର୍ବାଚିତ ବିଧାୟକ

ଆଜି ଶପଥ ନେବେ ଦୁଇ ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ ବିଧାନସଭା ପରିସରରେ ଶପଥ ନେବେ । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଦିନ ସାଢେ ୧୦ଟାରୁ ୧୧ଟା ମଧ୍ୟରେ ବିଧାନସଭା ପରିସରରେ ଉଭୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।ଅନ୍ୟପଟେ ଦୁଇ ବିଧାୟକଙ୍କ ଶପଥ ଗ୍ରହଣ ପରେ ଦିନ ୧୧ଟାରୁ ସର୍ବଦଳୀୟ ବୈଠକ ଆରମ୍ଭ ହେବ । ଶୀତ ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ବୈଠକରେ ଆଲୋଚନା ହେବ।