ନକଲି ମଦ ସହ ୨ ଜଣଙ୍କୁ ଗିରଫ

ନକଲି ମଦ ସହ ୨ ଜଣଙ୍କୁ ଗିରଫ

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲାଠର ହାଟପଡା ପଡାଠାରେ ଦିର୍ଘ ଦିନ ହେବ ଚୋରା ବିଦେଶୀ ମଦ ତିଆରି କରବାର ଚାଲୁଥିଲା l ଆବକାରୀ ବିଭାଗ ଠାବ କରିଥିଲା l ୨ ଲକ୍ଷରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି l ଦୁଇଜଣଙ୍କୁ ଗିରଫ ମଧ୍ୟ କରାଯାଇଛି l ସେମାନେ ହେଲେ ପିତାମ୍ବର ମେହେର ଓ ଗୋପାଲ ମେହେର l ଏହାର ମାଷ୍ଟରମାଇଣ୍ଡ ଗୌରୀଶଙ୍କର ଥନାପାତି ଫେରାର ହୋଇଯାଇଛି l ବିଶେଷ ସୁତ୍ରରୁ ପାଟଣାଗଡ ଆବକାରୀ ବିଭାଗ ଖବର ପାଇ ଲାଠୋର ହାଟପଦା ପଡା ଠାରେ ଅଧିକାରୀ ଉତେଲାଲ ନାଏକଙ୍କ ନେତୃତ୍ବରେ ୨୦ ଜଣିଆଁ ଟିମ ଚଢାଉ କରିଥିଲେ l ଦିର୍ଘ ୪ ଘଣ୍ଟା ଧରି ଛାନବିନ କରିଥିଲେ l ବିଭିନ୍ନ ପ୍ରକାରର ଲକ୍ଷାଧିକ ନକଲି ମଦ ସହ ୨ ଜଣଙ୍କୁ ଗିରଫ କରିଛି ପାଟଣାଗଡ ଆବକାରୀ ବିଭାଗ l