ଭୁବନେଶ୍ବରରେ ଚାଞ୍ଚଲ୍ୟ, ମାଆକୁ ହତ୍ୟା କଲେ ୨ନାବାଳକ ପୁଅ

ଭୁବନେଶ୍ବରରେ ଚାଞ୍ଚଲ୍ୟ, ମାଆକୁ ହତ୍ୟା କଲେ ୨ନାବାଳକ ପୁଅ

ଭୁବନେଶ୍ବର: ଭୁବନେଶ୍ବରରେ ଚାଞ୍ଚଲ୍ୟ, ମାଆକୁ ହତ୍ୟା କଲେ ୨ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା ଏୟାରଫିଲ୍ଡ ଥାନା ଅଞ୍ଚଳର ଅର୍ଚ୍ଚିତ ଆପାର୍ଟମେଣ୍ଟରେ ଘଟିଛି । ମୃତ ମହିଳାଙ୍କ ନାଁ ବିନୋଦିନୀ ମିଶ୍ର ।

ସୂଚନା ଅନୁଯାୟୀ, ବିନୋଦିନୀଙ୍କ ସ୍ବାମୀ ରାଉରକେଲାରେ ଚାକିରୀ କରନ୍ତି । ଭୁବନେଶ୍ବରରେ ମାଆଙ୍କ ପାଖରେ ୧୫ବର୍ଷ ଏବଂ ୧୨ବର୍ଷ ଦୁଇ ପୁଅ ରହୁଥିଲେ । ବିନୋଦିନୀଙ୍କର ଚାଲିଚଳନ ସଠିକ ନଥିବା ବେଳର ସେ ଘରେ ମଦ୍ୟ ପାନ କରି ନିଜ ପୁଅଙ୍କୁ ମାର ପିଟ କରନ୍ତି । ଗତ କାଲି ରାତିରେ କୌଣସି କାରଣକୁ ନେଇ ଦୁଇ ପୁଅ ଓ ମା’ ଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ମା’ ପୁଅଙ୍କ ମଧ୍ୟରେ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ପୁଅ ଲୁହା ରଡ଼ରେ ମା’ ମୁଣ୍ଡ କୁ ଆକ୍ରମଣ କରିଥିଲେ । ମହିଳା ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହେବାରୁ ପଡିସା ଘରକୁ ଫୋନ କରି ମେଡିକାଲ ନେବାକୁ ଦୁଇ ପୁଅ କହିଥିଲେ । ହେଲେ ପଡିଶା ଘର ଲୋକ ଆସିଲା ବେଳକୁ ମା’ ମୃତ୍ୟୁ ବରଣ କରି ସାରିଥିଲା । ଖବର ପାଇ ପୋଲିସ ଦୁଇ ପୁଅକୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ସହ ମହିଳାଙ୍କ ଶବ ବ୍ୟବଛେଦ ହସ୍ପିଟାଲ ପଠା ଯାଇଛି।ଅପରପକ୍ଷରେ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।