କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ୯ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ

କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ୯ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ବୈଠକରେ ହର୍ଷବର୍ଦ୍ଧନ ଏହି ରାଜ୍ୟମାନଙ୍କରେ କରୋନା ଏବଂ ବ୍ଲାକ ଫଙ୍ଗସର ସ୍ଥିତି ବିଷୟରେ ବୁଝିଛନ୍ତି ।ବୈଠକରେ ଡା. ହର୍ଷବର୍ଦ୍ଧନ କହିଛନ୍ତି, ବ୍ଲାକ ଫଙ୍ଗସର ବଢୁଥିବା ମାମଲା ଚିନ୍ତାଜନକ । ଦେଶରେ ବ୍ଲାକ ଫଙ୍ଗସ ପାଇଁ ଔଷଧ ଉତ୍ପାଦନକୁ ବଢାଯାଉଛି । ଏହା ସହ ହର୍ଷବର୍ଦ୍ଧନ ସବୁ ରାଜ୍ୟକୁ ବ୍ଲାକ ପଙ୍ଗସକୁ ନୋଟିଫାଇଡ ଡିଜିଜର ସୂଚୀରେ ରଖିବାକୁ କହିଛନ୍ତି । ସେ ଆହୁରି କହିଛନ୍ତି, କରୋନା ଭାଇରସ ଆଗାମୀ ଦିନରେ ପିଲାଙ୍କ ଉପରେ ପ୍ରଭାବ ପକାଇପାରେ । ସରକାର କରୋନା ଭାଇରସର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତିକୁ ବ୍ୟାପକ କରିଛନ୍ତି ।ପୂର୍ବରୁ ବ୍ଲାକ ଫଙ୍ଗସକୁ ନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, “ ବ୍ଲାକ ଫଙ୍ଗସକୁ ରୋକିବା ପାଇଁ ତିନିଟି ଦିଗ ଉପରେ ଧ୍ୟନ ଦେବାକୁ ହେବ । ପ୍ରଥମତଃ ସୁଗାର କଣ୍ଟ୍ରୋଲ ହେବା ଦରକାର, ଦ୍ୱିତୀୟତଃ ଷ୍ଟେରଏଡ କେବେ ନେବେ ଏବଂ ଏହାର ମାତ୍ରା ଉପରେ ମଧ୍ୟ ସାବଧାନ ହେବାକୁ ହେବ ଏବଂ ତୃତୀୟରେ ଷ୍ଟେରଏଡ ଅଳ୍ପ ମାତ୍ରାରେ କିମ୍ବା ମଧ୍ୟମ ଧରଣର ଦେବା ଉଚିତ ।”ସେହିଭଳି, ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ ନରୋ ତ୍ରେହାନ କହିଛନ୍ତି, “ବ୍ଲାକ ଫଙ୍ଗସ ବିଶେଷ କରି ମାଟିରେ ଦେଖାଯାଏ, ଏହା ସୁସ୍ଥ ବକ୍ତିଙ୍କୁ ହୋଇନଥାଏ । ଆମେ ଏହି ରୋଗକୁ ଯତେଶୀଘ୍ର ଚିହ୍ନିପାରିବା ସେତେ ଶୀଘ୍ର ଏହାର ଚିକିତ୍ସା ହୋଇପାରିବ ।”