କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ

କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ

ନୂଆଦିଲ୍ଲୀ,୮ ।୧୦: କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି।କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା । ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏପରି କି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି। ତେବେ ତାଙ୍କର ଏହି ବିୟୋଗକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଶୋକବ୍ୟକ୍ତ କରାଯାଇଛି । ରାମ ବିଳାଶ ପାସୱାନ ଲୋକ ଜନଶକ୍ତି ପାଟିର ସଭାପତି ଥିଲେ ।

 

ବିହାରର ଖଗାରିଆ ଜିଲ୍ଲାରେ ତାଙ୍କର ଜନ୍ମ। ୧୯୪୬ ମସିହାରେ ସେ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ବିହାରର ଡିଏସ୍‌ପି ଥିଲେ। ଚାକିରି ସରିବା ପରେ ନିର୍ବାଚନରେ ମୈଦାନରେ ପାଦ ଥାପି ଥିଲେ। ସେ ୯ଥର ସାଂସଦ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଲୋକସଭାକୁ ୮ଥର ଓ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ । ୧୯୭୯ ମସିହାରେ ପ୍ରଥମଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏବେ ସେ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ତୁଲାଉଥିଲେ ।