ଅନଲକ୍-୪: ରାଜନୈତିକ,ମନୋରଞ୍ଜନ,କ୍ରୀଡା, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି

ଅନଲକ୍-୪: ରାଜନୈତିକ,ମନୋରଞ୍ଜନ,କ୍ରୀଡା, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି

ନୂଆଦିଲ୍ଲୀ ୨୯।୦୮:  କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲାଗୁକରିଥିବା ଲକ୍‌ଡାଉନ୍‌ ନିୟମକୁ ଆହୁରି କୋହଳ କରି ଆଜି ଅନଲକ୍-୪ ଘୋଷଣା କରିଛନ୍ତି। ୧ ସେପ୍ଟେମ୍ବର ରୁ ଲାଗୁ ହେବାକୁ ଥିବା ଅନଲକ ୪ରେ ରାଜନୈତିକ,କ୍ରୀଡା, ଧାର୍ମିକ, ମନୋରଞ୍ଜନ, କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିଛି। ଏହା ସହିତ ଏହି ପର୍ଯ୍ୟାୟରେ ମେଟ୍ରୋ ରେଳ ସେବା ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି କିନ୍ତୁ ସ୍କୁଲ, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ୩୦ ସେପ୍ଟେମ୍ବର  ପର୍ଯ୍ୟନ୍ତ ବନ୍ଦ ରହିବ।

ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ଅନଲକ-୪ର ସର୍ତାବଳୀ ଅନୁଯାୟୀ, ୨୧ ସେପ୍ଟେମ୍ବର ରୁ ସର୍ବାଧିକ ୧୦୦ ଜଣଙ୍କୁ ନେଇ ରାଜନୈତିକ, ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମର ଅନୁମତି ଦିଆଯିବ। ଏହି  କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମର ପାଳନ, ଥର୍ମାଲ ସ୍କ୍ରିନିଂ, ସାନିଟାଜର ଓ  ହ୍ୟାଣ୍ଡଓ୍ଵାସ  ବ୍ୟବହାର ବାଧ୍ୟତାମୂଳକ ରହିଛି। ୨୧ ସେପ୍ଟେମ୍ବରରୁ ଓପନ ଏୟାର ଥିଏଟର ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।

କେନ୍ଦ୍ର ସରକାର କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ ଜରୁରୀକାଳୀନ ସେବାକୁ ବାଦ୍‌ ଦେଲେ ବାକି ସବୁ ଉପରେ କଡାକଡି ପ୍ରତିବନ୍ଧକ ଲାଗୁ ରହିବ।