ରବିବାରଠୁ  ରାଜ୍ୟରେ ସବୁ ସଟଡାଉନ୍ ଓ ଲକଡାଉନ୍ କଟକଣା ହଟିବ

 ରବିବାରଠୁ  ରାଜ୍ୟରେ ସବୁ ସଟଡାଉନ୍ ଓ ଲକଡାଉନ୍ କଟକଣା ହଟିବ

ଭୁବନେଶ୍ୱର, ୨୯|୦୮:  ଏନଇଇଟି-ଜେଇଇ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାରଠୁ  ରାଜ୍ୟରେ ସବୁ ସଟଡାଉନ୍ ଓ ଲକଡାଉନ୍ କଟକଣା ହଟାଇବା ନିଷ୍ପତ୍ତି ନେଇଛନ୍ତି ।

ରବିବାର ଅର୍ଥାତ ୩୦ଅଗଷ୍ଟ ରୁ ୭ ସେପ୍ଟେମ୍ବର ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷିତ କରାଯାଇଛି। ସେହିପରି ୧୨ ସେପ୍ଟେମ୍ବର ରୁ ୧୪ ସେପ୍ଟେମ୍ବର  ତାରିଖ ଯାଏଁ ମଧ୍ୟ  ରାଜ୍ୟରେ କୌଣସି କଟକଣା ଲାଗୁ କରାଯିବ ନାହିଁ । ଏନେଇ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶନିବାର ଘୋଷଣା କରିଛନ୍ତି।

ତେବେ ଏନଇଇଟି ଓ ଜେଇଇ ପରୀକ୍ଷା ଓ  ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ସାମାଜିକ ଦୂରତ୍ୱ, ମାସ୍କ ଏବଂ ବାହାରେ ଛେପ ନ ପକେଇବା ନିୟମ କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।