ରାଜ୍ୟକୁ ମାଡି ଆସୁଥିବା ସାମ୍ଭବ୍ୟ ବନ୍ୟା ପରିସ୍ଥିତି

ରାଜ୍ୟକୁ ମାଡି ଆସୁଥିବା ସାମ୍ଭବ୍ୟ ବନ୍ୟା ପରିସ୍ଥିତି

ରାଜ୍ୟକୁ ମାଡି ଆସୁଥିବା ସାମ୍ଭବ୍ୟ ବନ୍ୟା ପରିସ୍ଥିତି ବେଳେ ହାଇ ଆଲର୍ଟରେ ଅଛନ୍ତି ଜଳସମ୍ପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ । ରାଜ୍ୟ ସଚ୍ଚିବାଳୟରେ ସଚିବ ଓ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନ ପରେ ସେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଅଚାନକ କଟକ ଯୋବ୍ରା ବ୍ୟାରେଜ ଯାଇ ସ୍ଥିତି ପରଖିଛନ୍ତି । ରାତି ପ୍ରାୟ ୯ଟା ବେଳେ ମନ୍ତ୍ରୀ ଅନିକଟ ପୋଲ ଉପରକୁ ଯାଇ ମହାନଦୀରେ ପ୍ରଭାବିତ ବନ୍ୟାଜଳ ସ୍ଥିତି ଦେଖିଥିଲେ। ଏହି ସମୟରେ ଅଧିକ୍ଷଣ ଯନ୍ତ୍ରୀ ବେଳେଶ୍ୱରନାଥ ସାହୁ,ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ