ରାଜ ରାସ୍ତା କଡରେ ଫୋପାଡାଯାଇଛି ବ୍ୟବହୃତ ପିପିଇ କିଟ୍

ରାଜ ରାସ୍ତା କଡରେ ଫୋପାଡାଯାଇଛି ବ୍ୟବହୃତ ପିପିଇ କିଟ୍

ମୋହନା : ରାଜ ରାସ୍ତା କଡରେ ଫୋପାଡାଯାଇଛି ବ୍ୟବହୃତ ପିପିଇ କିଟ୍ । ଗଜପତି ଜିଲ୍ଲା ମୋହନା – ଚାନ୍ଦିପୁଟ ଜାତୀୟ ରାଜପଥ ରାସ୍ତାକଡରେ ଏକାଧିକ ସ୍ଥାନରେ ପିପିଇ କିଟ ପଡିଥିବା ଦେଖିବାକୁ ମିଳିଛି । ନିକଟରେ କାଳିଆପଟା କୋଭିଦ୍ କେୟାର ସେଣ୍ଟର ଥିବା ବେଳେ ବ୍ୟବହୃତ କିଟ କିଭଳି କେଉଁଭଳି ପରିସ୍ଥିତି ରେ ପକାଗଲା ତାହା ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ସେପଟେ ମୋହନା ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଚାଲିଥିବା ବେଳେ ଅନେକ ଙ୍କ ମୃତ୍ୟୁ ଘଟିଟାଣି । ଯାହାକୁ ନେଇ ସଂକ୍ରମଣ ର ଆଶଙ୍କା ରେ ଭୟଭୀତ ଅଞ୍ଚଳବାସୀ ।