ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ତାରିଖ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି

ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ତାରିଖ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ତାରିଖ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର 29 ରୁ ଅକ୍ଟୋବର 3 ମଧ୍ୟରେ ଥିଓରୀ ପରୀକ୍ଷା ହେବ। ଦୁଇଟି ସିଟିଂରେ ହେବ ପରୀକ୍ଷା । ସେହିପରି ସେପ୍ଟେମ୍ବର 22 ରୁ 26 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ପ୍ରାକ୍ଟିକାଲ ପରୀକ୍ଷା । ଓବଜେକ୍ଟିଭ୍ ପ୍ରଶ୍ନ ଦ୍ଵାରା ଓଏମଆର ସିଟରେ ଥିଓରୀ ପରୀକ୍ଷା ହେବ ।