ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଡୋଜ ପିଛା ୧୨୫୦ ଟଙ୍କା ଦେଇ ଲୋକମାନେ ଟିକା ନେଇପାରିବେ । କମ୍ପାନୀଠାରୁ ହସ୍ପିଟାଲ ସିଧାସଳଖ ଟିକା କିଣି ଲୋକମାନଙ୍କୁ ଦେଉଛି । ପ୍ରଥମ ଡୋଜ ଅନ୍ୟତ୍ର ନେଇଥିଲେବି ଆପଣ ଆପୋଲୋରେ ଡୋଜ୍-୨ ନେଇପାରିବେ । ତେବେ ରାଜ୍ୟରେ ଆଜି ପୁଣି ୮୩୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୪୧ ଓ ସ୍ଥାନୀୟ ଅଞ୍ଚଳରୁ ୩୬୫୮ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୬ ଲକ୍ଷ ୯୨ ହଜାର ୨୭ ରହିଥିବା ବେଳେ ୮୭ ହଜାର ୨୨୦ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।