ଆଜି ଅପରାହ୍ଣ ୪ଟାରୁ ଟିକାକରଣ ଅନଲାଇନ ରେଜିଷ୍ଟ୍ରେସନ

ଆଜି ଅପରାହ୍ଣ ୪ଟାରୁ ଟିକାକରଣ ଅନଲାଇନ ରେଜିଷ୍ଟ୍ରେସନ

ଆଜିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଅନଲାଇନ ରେଜିଷ୍ଟ୍ରେସନ। କୋୱିନ ପୋଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ । ରାଜ୍ୟରେ ୨ କୋଟି ଓ ସାରା ଦେଶରେ ୬୫ କୋଟି ଲୋକ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଅଛନ୍ତି । ସୂଚନା ଅନୁଯାୟୀ, ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସ୍ଲଟ ଅଫ ଆପଏଣ୍ଟ ମିଳିବ ନାହିଁ । ଯେବେ ଟୀକା ଆଭେଲେବୁଲ ହେବ ସେହି ଅନୁସାରେ ପୋଟାଲ ମାଧ୍ୟମରେ ଆମେ ସ୍ଲଟ ଦିଆଯିବ ।