କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟିକାର ଦର ଧାର୍ଯ୍ୟହେବ

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟିକାର ଦର ଧାର୍ଯ୍ୟହେବ

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟିକାର ଦର ଧାର୍ଯ୍ୟ ହେବ। ରେଜିଷ୍ଟ୍ରେସନ ବେଳେ ଆପ୍ରେ ଟିକାର ମୂଲ୍ୟ ଦେଖିହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଆଜି ସୁଦ୍ଧା ଟିକା ନେଇଥିବା ୫୪ ଲକ୍ଷ ୪୧ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଭ୍ୟାକ୍ସିନ୍ ନେବା ପରେ ସଂକ୍ରମିତ ହୋଇଛନ୍ତି। ତେବେ ଦ୍ୱିତୀୟ ଡୋଜ୍ ପରେ ବିଶେଷ କେହି ସଂକ୍ରମିତ ହୋଇନଥିବା ବିଜୟ ପାଣିଗ୍ରାହୀ କହିଛନ୍ତି। ଟିକାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ମେ’ ୧ରୁ ଘରୋଇ ହସ୍ପିଟାଲ ଗୁଡିକ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ।