ଆରପାରିରେ ଓଲିଉଡ୍ ଅଭିନେତା ଅଜିତ ଦାସ

ଆରପାରିରେ ଓଲିଉଡ୍ ଅଭିନେତା ଅଜିତ ଦାସ

ଭୁବନେଶ୍ବର:ଆଜି ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ ହୋଇଛି। କିଛି ଦିନ ତଳେ ତାଙ୍କ କରୋନାରେ ରିପୋର୍ଟ ପଜେଟିଭ ଆସିଥିଲା । ଏନେଇ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

ଅଜିତ୍‌ ଦାସ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ ଥିଲେ। ଓଲିଉଡର ଜଣେ ଆଗଧାଡ଼ିର କଳାକାର ଭାବେ ସେ ବେଶ ଜଣାଣୁଣା। ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା।

ଅଜିତ୍ ଅଜିତ୍‌ ଦାସ ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ହାକିମ ବାବୁ, ମା, ତୁଣ୍ଡ ବାଇଦ, ଜଗା ହାତରେ ପଘା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ସରପଞ୍ଚ ବାବୁ, ସୁନା ଚଢେଇ, ଗୋଲାମ ଗିରି, ବଳୀଦାନ, ମେଘମୁକ୍ତି, ତପସ୍ୟା ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।