ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ

ବାଲେଶ୍ବର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରୁ ବିପୁଳ ନଗଦ ଅର୍ଥ ଜବତ କରିଛି ଭିଜିଲାନ୍ସ । ରେଡ୍‌ ବେଳେ ୧୦୦, ୫୦୦ ଓ ୨ ହଜାର ଟଙ୍କିଆ ନୋଟ ବଣ୍ଡଲ ଜବତ କରିଛି ଭିଜିଲାନ୍ସ ଟିମ୍ । ଏହାସହିତ ଏକ ସୁନା ଅଳଙ୍କାର ବ୍ଯାଗ ମିଳିଥିବା ସୂଚନା ମିଳିଛି । ସକାଳୁ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘର ସମେତ ମୋଟ ୭ଟି ସ୍ଥାନରେ ଏକାସାଙ୍ଗେ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଛାନବିନ ଚଳାଇଛି ଭିଜିଲାନ୍ସ ।