ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଅନୁଗୁଳ- ଭିଜିଲାନ୍ସ ପଞ୍ଝାରେ ସହାକାରୀ ଯନ୍ତ୍ରୀ । ଅନୁଗୁଳ ଜିଲ୍ଲା ତାଳଚେର ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତାଙ୍କ ଢେ଼ଙ୍କାନାଳ ଟାଉନ ପ୍ଲାନିଂ ଅନ୍ତର୍ଗତ ନିଜ ବାସ ଭବନ ସମେତ ଶଶୁର ଘର , ସରକାରୀ ବାସ ଭବନ , ପୈତୃକ ଗ୍ରାମ , ଭୁବନେଶ୍ୱର ଏକ ଆପାର୍ଟମେଂଟ ଓ କାର୍ଯ୍ୟାଳୟ ଆଦିରେ କଟକ ଓ ଅନୁଗୁଳ ମିଳିତ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛନ୍ତି । ଚନ୍ଦ୍ରମଣି ସାହୁଙ୍କ ନାଁ ରେ ପୂର୍ବରୁ ମଧ୍ୟ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ।