ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଟିମ୍

ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅର୍ଥ ହଡ଼ପ ଅଭିଯୋଗରେ ଚାଲିଛି ଖୋଳତାଡ଼। ଚଢାଉରେ ୨ ଡିଏସପିଙ୍କ ନେତୃତ୍ଵରେ ସାମିଲ୍ ଅଛନ୍ତି ୧୨ ଜଣିଆ ଟିମ୍। ଗୁରୁତ୍ୱପୂର୍ଣ୍ଣ କାଗଜ ଖୋଜୁଛି ଟିମ୍। ତିନିଟି ପ୍ଲଟ, ଗୋଟିଏ ବ୍ରିଜା କାର, ୨ ଗୋଟି ବାଇକ୍ ଜବତ ହୋଇଛି।